spot_img

ରାଜଧାନୀରୁ ଲେଡି ଡନ୍‌ ଗିରଫ

ଭୁବନେଶ୍ବରରାଜଧାନୀରୁ ଏୟାରଫିଲ୍ଡ ଥାନା ପୋଲିସ୍ ଲେଡି ଡନ୍  ବାନୋ ଓରଫ ଆସମା ବିବିକୁ ଗିରଫ କରିଛି। ଏହି ଲେଡି ଡନ୍‌ ବିରୋଧରେ ରହିଛି ବିଭିନ୍ନ ସଂଗୀନ ଅଭିଯୋଗ। ପୋଲିସ କର୍ମଚାରୀଙ୍କ ମାଡ ମାରିବା ସହ ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି କଙ୍ଗାରୁ କୋର୍ଟ ଚଳାଇଥିଲେ ଏହି ଲେଡି ଡନ୍‌। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିବାରୁ ସେଠାରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା। ପୋଲିସଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେମାନଙ୍କୁ ନାଲି ଆଖି ଦେଖାଇ ଥିଲେ। ତେଣୁ ଭୁବନେଶ୍ୱରର ଆଜାଦ ନଗର ବସ୍ତିରେ ଏଭଳି ଲେଡି ଡନ ଭାବେ ପରିଚିତ ଥିଲା ଆସମା ବିବି। ଗୁଣ୍ଡାରାଜ ଚଳାଇଥିଲା ଏହି ଲେଡି ଡ଼ନ ଆସମା ବିବି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular