ଚେନ୍ନାଇ: ଦୀର୍ଘ ୧୩ ମାସ ପରେ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ(ଏମଟିସି) ସୋମବାର ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସରେ ମାଗଣା ଟିକେଟ ବ୍ୟବସ୍ଥା ଲାଗୁ କରିଛି। ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୬୦ ବର୍ଷରୁ ଊର୍ଧ୍ବ ବୟସ୍କମାନେ ଏମଟିସି ବସରେ ମାସକୁ ୧୦ ଥର ମାଗଣାରେ ଯାତ୍ରା କରିପାରିବାର ସୁବିଧା ରହିଛି। ୨୦୨୦ ମସିହା ଜାନୁଆରି ମାସ ସୁଦ୍ଧା ପ୍ରାୟ ୩.୫୧ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ଉପକୃତ ହୋଇଥିଲେ ବୋଲି ଏମଟିସି ସୂଚନା ଦେଇଥିଲା। ବୟସ୍କମାନେ ଏକ ଦରଖାସ୍ତ ସହ ସେମାନଙ୍କ ବୟସ ପ୍ରମାଣ ପତ୍ର ଦେଇ ମାସକୁ ୧୦ଟି ମାଗଣା ଟିକେଟ ପାଇବାର ସୁବିଧା ରହିଛି ଏହି ଯୋଜନା ଅଧୀନରେ। ମାତ୍ର କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ କାଳରୁ ଏହି ସୁବିଧା ମିଳିପାରୁନଥିଲା। ପ୍ରଥମେ ଫେବ୍ରୁଆରିରୁ ଜୁଲାଇ ୬ ମାସ ମଧ୍ୟରେ ଏହି ଟିକେଟ ପ୍ରଦାନ କରାଯାଏ। ତା’ପରେ ବୟସ୍କ ଯାତ୍ରୀମାନେ ପୁଣି ଥରେ ସେମାନଙ୍କ ଟିକେଟ୍କୁ ନବୀକରଣ କରିଥାନ୍ତି।ହିତାଧିକାରୀମାନେ ସହରର୨୧ଟି ଡିପୋ ମଧ୍ୟରୁ ଯେକୌଣସି ସ୍ଥାନରେ ସେମାନଙ୍କର ବୟସ ଏବଂ ଠିକଣା ପ୍ରମାଣ ସହିତ ଆବେଦନ ଦାଖଲ କରିପାରିବେ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମ୍ ହେବାରୁ ଏମଟିସି ପୁଣି ଥରେ ବୟସ୍କମାନଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0