ଢେଙ୍କାନାଳ: ଟାଉନଥାନା ବାଜିଚୌକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ।ମୃତ ଦୁଇ ଭଉଣୀ ହେଉଛନ୍ତି ସଇନା ସବର ଏବଂ ସୁହାନା ସବର। ସପରିବାର ବିହାରରୁ ମହୁ ବିକ୍ରି କରିବା ପାଇଁ ଢେଙ୍କାନାଳ ଆସିଥିଲେ । ବାଜିଚୌକ ସ୍ଥିତ ଓଭରବ୍ରିଜ ତଳେ ରହୁଥିଲେ। ସେହିପରି ଦୁର୍ଘଟଣାରେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ବାଜିଚୌକ ସ୍ଥିତ ଫ୍ଲାଇ ଓଭର ତଳେ ପିକଅପ ଭ୍ୟାନ ଦୁର୍ଘଟଣା ଘଟାଇଛି । ଘଟଣାସ୍ଥଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟାଉନଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0