spot_img

ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସାମିଲ ହେଲା ‘ଅର୍ଜୁନ’ ଟ୍ୟାଙ୍କ

ନୂଆଦିଲ୍ଲୀ: ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଏଣିକି ଶତ୍ରୁ ଦେଶକୁ କଡା ଜବାବ ଦେବ ଭାରତ । ଦେଶ ଉପରେ ଆକ୍ରମଣ କଲେ ଆଉ ଚୁପ ବସିବନି ଭାରତ । କାରଣ ଦେଶର ସୈନବାହିନୀକୁ ଶକ୍ତି ଯୋଗାଇବାକୁ ଆସି ଯାଇଛି ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ ଏମକେ-୧ଏ । ଶତ୍ରୁ ଦେଶକୁ ମାତ ଦେବାକୁ ସେନାରେ ସାମିଲ ହୋଇଛି ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କ । ଅର୍ଜୁନ ଟ୍ୟାଙ୍କର ବ୍ୟବହାର ଭାରତୀୟ ସେନା ଅନେକ ବର୍ଷ ହେବ କରି ଆସୁଛି । ହେଲେ ଏବେ ସେନାରେ ସାମିଲ ହୋଇଛି ଏହାର ଅପଗ୍ରେଡ ଭର୍ଜନ । ଏଭଳି ଟ୍ୟାଙ୍କ ସେନାରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଡିଆରଡିଓ ସେନାର ଏହି ଦାବିକୁ ପୂରଣ କରିବାକୁ ଯାଇ ତିଆରି କରିଛି ଏହି ହଣ୍ଟର କିଲର ଟ୍ୟାଙ୍କ । ପୁରୁଣା ଅର୍ଜୁନ ଟ୍ୟାଙ୍କ ତୁଳନାରେ ଏହି ଟ୍ୟାଙ୍କରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଏମକେ-୧ଏ ଅର୍ଜୁନ ଟ୍ୟାଙ୍କରେ ପ୍ରଖର ଲକ୍ଷ୍ୟ ଭେଦ କରିବାର ଶକ୍ତି ରହିଛି । ଏହାସହ ଶତ୍ରୁଠାରୁ ନିଜକୁ ରକ୍ଷା କରିବାର କବଚ ମଧ୍ୟ ରହିଛି ଏହି ଟ୍ୟାଙ୍କରେ । ଏଥିରେ ଫାୟାର ପାୱାରର ଶକ୍ତି ବଢାଯିବା ସହ ନୂଆ ଟେକ୍ନିକର ବ୍ୟବହାର ମଧ୍ୟ କରାଯାଇଛି । ଏହି ଟ୍ୟାଙ୍କର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହା ଯୁଦ୍ଧ କ୍ଷେତ୍ରରେ ଥିବା ସବୁ ପଥରକୁ ସଫା କରି ଆଗକୁ ବଢିଥାଏ । ଏହାସହ କେମିକାଲ ଆଟାକରୁ ବଞ୍ଚିବା ପାଇଁ ଏଥିରେ ସେନ୍ସର ମଧ୍ୟ ଲାଗିଛି । ତେଣୁ ଏହି ଟ୍ୟାଙ୍କ ଭାରତୀୟ ସେନାର ଏକ ବଡ ଶକ୍ତି ହେବ ବୋଲି କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular