spot_img

ନିଖୋଜ ପୋଷ୍ଟର ନେଇ ଅପରାଜିତାଙ୍କ ଜବାବ 

ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି । ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି. ଏଥର ଗଳିଗଳିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ।ତେବେ ବାଇ-ଲ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବାଇ-ଲ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି । ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ । ସମସ୍ତେ ହାତ ମିଶାଇ କାମ କଲେ ସମସ୍ୟାର ସମାଧାନ ହେବ । ମୁଁ ବିଜେପି କର୍ମୀ ଭାବେ ନୁହେଁ ସାଂସଦ ଭାବେ କହୁଛି ବୋଲି ଅପରାଜିତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular