କୋଲକାତା : ଆଜି ଠାରୁ ରାଜ୍ୟରେ ୫ ଟଙ୍କାରେ ଖାଇବାକୁ ଦେବାକୁ ନୂଆ ଯୋଜନା ଆରମ୍ଭ କରିଛନ୍ତି ଦିଦି। ଏହି ନୂଆ ଯୋଜନାର ନାଁ ରଖାଯାଇଛି ‘ମା’ ଯୋଜନା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ନାଁ ତୃଣମୂଳ କଂଗ୍ରେସର ସ୍ଲୋଗାନ ‘ମା’ ମାଟି ମାନୁଷ’ରୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ଏହି ଯୋଜନା ଆରମ୍ଭ କରିଛନ୍ତି।
କୋଲକାତା ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ମା ଯୋଜନା ଅନୁସାରେ ୫ ଟଙ୍କିଆ ଥାଳିରେ ଭାତ, ଡାଲି, ତରକାରୀ ଓ ଅଣ୍ଡା ଦିଆଯିବ। ଖାଇବା ଧାର୍ଯ୍ୟ ସମୟରେ ହିଁ ଦିଆଯିବ। ଧୀରେ ଧୀରେ ରାଜ୍ୟର ଅନ୍ୟ ସହରମାନଙ୍କରେ ମଧ୍ୟ ଏହି ଯୋଜନା ବିସ୍ତାର କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ପୂର୍ବରୁ ହିଁ ବଜେଟରେ ପ୍ରାବଧାନ କରିଛନ୍ତି। ଏହା ପୂର୍ବରୁ ଟିଏମସି ଲକଡାଉନ ସମୟରେ କରୋନା ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କ ପାଇଁ ‘ମମତା କି ରୋଷେଇ’ ଆରମ୍ଭ କରିଥିଲା।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0