ବାରିପଦା : ହାତୀ ଛୁଆକୁ ଖାଇଗଲା ମହାବଳ ବାଘ । ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ଖଣ୍ଡ ଅଧୀନସ୍ଥ ଗାରଗା ବିଟ୍ ନିକଟସ୍ଥ ଟୁଙ୍ଗୁରୁ ସଂଗ୍ରକ୍ଷିତ ଜଙ୍ଗଲରୁ । ବନ ବିଭାଗ ହାତୀ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଟୁଙ୍ଗୁରୁ ସଂଗ୍ରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ରାଇରଙ୍ଗପୁର ବନ ବିଭାଗର ଦୁଇ ଏସିଏଫ୍ ଓ ବିଶୋଇ, ରାଇରଙ୍ଗପୁର ରେଞ୍ଜ ଅଫିସର ଘଟଣାସ୍ଥଳକୁ ଯାଇଥିଲେ। ସେମାନଙ୍କ ସାଥୀରେ ଯାଇଥିବା ଡାକ୍ତରୀ ଦଳ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0