ବାଲିଅନ୍ତା ବ୍ଲକ୍ ଅଂଚଳରେ ତୈଳ ଦରବୃଦ୍ଧି ପ୍ରତିବାଦରେ ଜୟଦେବ ନିର୍ବାଚନ ମଣ୍ଡଳିର କଂଗ୍ରେସ୍ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ପେଟୋ୍ରଲ , ଡିଜେଲ ଓ ରନ୍ଧନ ଗ୍ୟାସ୍ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ଦଳ ପକ୍ଷରୁ ୬ ଘଂଟିଆ ବନ୍ଦ ଡାକରା ଦିଆ୍ାଇଥିବା ବେଳେ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ,ବାଳକାଟି , ବାଲିପାଟଣା ଆଦି ଅଂଚଳରେ ବନ୍ଦର ପ୍ରଭାବ ପରିଲିକ୍ଷିତ ହୋଇଛି । କଂଗ୍ରେସ ଅଭିଯୋଗ କରିଛି ଯେ କରୋନା ପରଠାରୁ ଲଗାତର ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବଢିଚାଳିଛି । ଯାହା ଉଭୟ ମଧ୍ୟବିତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ବାଲିଅନ୍ତାର ବରିଷ୍ଠ କଂଗ୍ରେସ୍ ନେତା ବେଣୁଧର ଭୋଇଙ୍କ ନେତୃତ୍ୱରେ ସରଦେଇପୁର – ନିମାପଡା ମୁଖ୍ୟ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା । ଜରୁରିକାଳିନ ସେବା ଯୋଗାଇ ଦିଆଯାଇଥଲା । ବାଳକାଟିର ପ୍ରମୁଖ ମାର୍କେଟ , ଉତରା ବଜାର , ବାଲିଅନ୍ତାର ବିଭିନ୍ନ ଅଂଚଲ ସଂପୃର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ବାଲିପାଟଣାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0