ବର୍ଷିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ । ଅଯୋଧ୍ୟାରେ ରାମ ମନ୍ଦିର ତିଆରି ପାଇଁ ଚାନ୍ଦା ଆଦାୟ ପ୍ରସଙ୍ଗକୁ ନେଇ କୁମାରସ୍ୱାମୀ ପ୍ରଶ୍ନ ଉଠାଇଛନ୍ତି। କର୍ଣ୍ଣାଟକରେ ଯେଉଁମାନେ ଚାନ୍ଦା ଦେଉନାହାଁନ୍ତି ସେମାନଙ୍କ ନାଁ କିଛି ବ୍ୟକ୍ତି ଖାତାରେ ନୋଟ୍ କରୁଥିବା ଦେଖିବାକୁ ମିଳିଛି । କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ରାମ ମନ୍ଦିର ନିଧି ସମର୍ପଣ ଅଭିଯାନର କାର୍ଯ୍ୟକର୍ତ୍ତା କର୍ଣ୍ଣାଟକରେ ରାମ ମନ୍ଦିର ନାଁରେ ଚାନ୍ଦା ଏକାଠି କରୁଛନ୍ତି । ଯେଉଁମାନେ ଟଙ୍କା ଦେଉ ନାହାଁନ୍ତି ସେମାନଙ୍କ ନାଁ ନୋଟ୍ କରୁଛନ୍ତି । ଏପରି କରି ଭବିଷ୍ୟତରେ ସେମାନେ କ’ଣ କରିବେ ତାହା ବୁଝା ପଡୁନାହିଁ। ଜର୍ମାନୀରେ ପୂର୍ବରୁ ନାଜିମାନେ ଯାହା କରୁଥିଲେ ଏବେ ଆରଏସଏସ ଏଠାରେ ତାହା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0