ଆଜିଠୁ ଫାସଟ୍ୟାଗ ବାଧ୍ୟତାମୂଳକ। ସୋମବାର ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍ରେ ଲାଗୁ ହୋଇଛି ଏହି ନୂଆ ନିୟମ। ତେବେ ନିୟମ ଲାଗୁହେବା ପରେ ପ୍ରଥମ ଦିନରୁ ହିଁ ଅନେକ ସ୍ଥାନରେ ଗାଡି ଚାଳକ ଫାଇନ ଦେଇଛନ୍ତି। ଫାସଟ୍ୟାଗ୍ ନ ଲଗାଇଥିବା ଗାଡି ଚାଳକମାନେ ଦୁଇଗୁଣା ଟୋଲ ଫି ଦେଇଛନ୍ତି। ୧୨ ଘଣ୍ଟା ମଧ୍ୟରେ ୩୧୨ଟି ଗାଡିରୁ ଫାଇନ ଆଦାୟ କରାଯାଇସାରିଲାଣି। ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି। ଟୋଲ ଆଦାୟରେ ସ୍ୱଚ୍ଛତା, ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି, ଇନ୍ଧନ ନଷ୍ଟକୁ ରୋକିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏଥିରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0