ଭୁବନେଶ୍ୱର : ଆଜିଠାରୁ ସବୁ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆରମ୍ଭ ହେବ କ୍ଲାସରୁମ୍। ଶିକ୍ଷାଦାନ କୋଭିଡ ନିୟମ ପାଳନ କରି କ୍ଲାସ ରୁମରେ ପଢ଼ାଯିବ। ଚଳିତ ମାସ ୧୦ ତାରିଖରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଥିବା ବେଳେ ଆଜିଠାରୁ ପାଠ ପଢାଯିବ।
ହଷ୍ଟେଲରେ ଅନ୍ତେବାସୀ ମାନେ ୧୦ ତାରିଖରୁ ରହିଲେଣି। ଭିଡ଼ କମାଇବା ଲାଗି ଏକାଧିକ ବ୍ୟାଚ କରି ଅଧିକ ସମୟ ଯାଏଁ ପାଠ ପଢାଇବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଥିଲା।ଅନ୍ୟପଟେ ଗତ ଜାନୁଆରୀ ୧୧ ତାରିଖରୁ କୋଭିଡ୍ କଟକଣା ଭିତରେ ଖୋଲିଛି କଲେଜ ଓ ବିଶ୍ୱବିଦ୍ୟାଳୟ। ରାଜ୍ୟର ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ UG/PG ଶେଷବର୍ଷ ପାଠପଢା ଆରମ୍ଭ ହୋଇସାରିଛି।
ସେପଟେ ହଷ୍ଟେଲ ଖୋଲିଥିବାରୁ ଏଠାରେ ସବୁ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ବ୍ୟବସ୍ଥାରେ ଯେପରି ତ୍ରୁଟି ନହୁଏ, ସେଥିଲାଗି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରବେଶ ପୂର୍ବରୁ ହଷ୍ଟେଲ୍କୁ ସାନିଟାଇଜ କରାଯାଇଛି। ଅନ୍ତେବାସୀମାନେ ପଞ୍ଜୀକରଣ କରି ରୁମକୁ ଯାଉଛନ୍ତି। ଏହାସହ ହଷ୍ଟେଲରେ ଆଇସୋଲେସନ ରୁମ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଡାଇନିଂ, ରିଡିଂ ଓ ଟିଭି ହଲ୍ ମଧ୍ୟ ସାମାଜିକ ଦୂରତାକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0