କଟକ : ଏଣିକି ପ୍ରବଚନ ଦେଇ ପାରିବେ ସାରଥି । ପ୍ରବଚନ ଦେବା ନେଇ ସାରଥିଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଚନ ଦେବା ପାଇଁ ସାରଥି କୋର୍ଟରେ ଅପିଲ କରିଥିଲେ। ପ୍ରାୟ ଚାରି ବର୍ଷ ଜେଲ୍ରେ ରହିବା ପରେ ଗତ ବର୍ଷ ଜୁଲାଇ ୨୫ରେ ଚୌଦ୍ଵାର ଜେଲ୍ରୁ ମୁକୁଳିଥିବା ସାରଥି ପୁଣି ଥରେ ପ୍ରବଚନ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ଅନୁମତି ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0