କନ୍ଧମାଳ: କନ୍ଧମାଳରେ ମାଓ ପୋଷ୍ଟର । ବେଲଘର ଥାନା ଝିରିପାଣି ଗାଁରେ ବିଜିଏନ ମାଓ ଡିଭିଜନ ପକ୍ଷରୁ ହାତଲେଖା ପୋଷ୍ଟର ମରାଯାଇଛି । ଏହି ପୋଷ୍ଟରରେ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି । ଖୁବଶୀଘ୍ର ସେମାନେ ଜନ ଅଦାଲତରେ ଆତ୍ମସମର୍ପଣ କରନ୍ତୁ ନ ହେଲେ ଗତ ୨୯ ତାରିଖରେ ଦିନଶଙ୍କର ଓ ହେମନ୍ତ, ଦୁଇ ଯୁବକଙ୍କୁ ଯେଭଳି ମୃତ୍ୟୁଦଣ୍ଡ ଦିଆଗଲା ସେହିଭଳି ଦଣ୍ଡ ସେମାନଙ୍କୁ ମଧ୍ୟ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀମାନେ ଦାୟୀ ରହିବେ ବୋଲି ଉଲ୍ଲେଖ ରହିଛି । ଗତ ୧୯ ଦିନ ତଳେ ଭଣ୍ଡରଙ୍ଗି ପଞ୍ଚାୟତରେ ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ। ଏଥି ସହ ଛାଡ଼ି ଯାଇଥିବା ପୋଷ୍ଟରରେ ଗଣ୍ଡ ସମାଜ ଯୁବକଙ୍କୁ ଚେତାବନୀ ଦେବା ସହ ଦୁଇ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ପୋଷ୍ଟରକୁ ନେଇ ଗ୍ରାମବାସୀ ଏକପ୍ରକାର ଭୟଭୀତ ଥିଲେ। ଆଜି ପୁଣି ବେଲଘର ଥାନା ଝିରିପାଣି ଗାଁ ର ବିଭିନ୍ନ ସ୍ଥାନରେ ନୀଳ ଓ ଲାଲ ହାତ ଲେଖା ପୋଷ୍ଟର ଦେଖିବାକୁ ମିଳିଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0