spot_img

ଆଜି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ୱର : କାଲିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ଦିନ ୧୧ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।

କାଲିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ କରୋନା କଟକଣା ଭିତରେ କେମିତି ଚାଲିବ ବିଧାନସଭା, ଦିନକୁ କେତେ ଘଣ୍ଟା ଆଲୋଚନା ହେବ, ପୂର୍ବପରି ୫ ଘଣ୍ଟା ଚାଲିବ ନା ଏହି ଅବଧି ବଢିବ, ପ୍ରଶ୍ନ କାଳ ରହିବ କି ନାହିଁ, ଏନେଇ ବିସ୍ତୃତ ଅଲୋଚନା ହୋଇ ନିଷ୍ପତି ନିଆଯିବ। ପୂର୍ବରୁ କରୋନା କଟକଣାକୁ ଆଖି ଆଗରେ ରଖି ଅଧିବେଶନ ସମୟରେ ଦିନକୁ ୫ ଘଣ୍ଟା ବସୁଥିଲା। କରୋନାର ପ୍ରଭାବ ରାଜ୍ୟରେ କମିଥିବରୁ ପ୍ରଶ୍ନ କାଳ ରଖିବାକୁ ବିରୋଧୀ ଦାବି କରିଥିଲେ।

ଆଗାମୀ ବଜେଟ୍‌ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା ଭାବେ କାର୍ଯ୍ୟ କରିବ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ କରି ବଜେଟ ଉପସ୍ଥାପନା, ବିଧାୟକମାନଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଓ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ବୈଷୟିକ ଟିମ୍‌ କାମ କରିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ତେବେ ଚଳିତ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପୁରା ପ୍ରସ୍ତୁତ ରହିଛି । ରାଜ୍ୟରେ ଥିବା ଅନେକ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିରୋଧୀ ଯୋଜନା କରୁଛନ୍ତି । କୋଟିଆ ପ୍ରସଙ୍ଗ, ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି, ତୈଳ ଦର ବୃଦ୍ଧି ଆଦିକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ଦଳ । କିନ୍ତୁ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ସାମ୍ନା କରିବାକୁ ମଧ୍ୟ ଶାସକ ଦଳ ପ୍ରସ୍ତୁତ ମଧ୍ୟ ହେଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular