ଭୁବନେଶ୍ୱର: କାଲିଠୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ଏଥର ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଅଧିକ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଲୋୟର ପିଏମ୍ଜିରେ ବିଭିନ୍ନ ସଂଗଠନ ଧାରଣା ଦେଇପାରନ୍ତି।
କୌଣସି ଲୋକ ଗୃହ ଚାଲିଥିବା ବେଳେ ଯେମିତି ଯାଇପାରିବେ ନାହିଁ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ଏହାସହ ବିଧାନସଭାର ଚାରିପଟୁ ସିସିଟିଭି ସ୍କାନରରେ ରଖାଯାଇଛି। ସାଧା ପୋଷାକ ଧାରି ପୋଲିସ, ପୋଲିସର ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ଆକ୍ସନ ଟିମ୍, କ୍ୱିକ୍ ରେସ୍ପନ୍ସ ଟିମ୍ ଏବଂ ବଛା ବଛା ଥାନା ଅଧିକାରୀ, ଏଏସ୍ଆଇ ଏନେଇ ପୁରା ସଜାଗ ରହିବେ।
ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପୂର୍ବରୁ ବାରମ୍ବାର ସୁରକ୍ଷା ବଳୟ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଲୋକେ। ବାରମ୍ବର ବିଫଳ ହୋଇଛି ପୋଲିସ ସୁରକ୍ଷା ବ୍ୟବସ୍ଥା। ଏବେ ଏନେଇ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଚ। ଏହାକୁ ରୋକିବା ପାଇଁ ବିଧାନସଭାକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ବ୍ଲକ କରାଯିବ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0