ଉତ୍ତରାଖଣ୍ଡ : ଉତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଛି । ଏବେବି ଉଦ୍ଧାର କାର୍ୟ୍ୟ ଚାଲିଥିବାବେଳେ ସୁଡଙ୍ଗ ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଛି ଏକ କୁକୁର । ଗଲା ୧୦ଦିନ ହେଲା ଉଦ୍ଧାର କାମ ଚାଲିଥିବା ଅଂଚଳରୁ ତଡିଲେ ମଧ୍ୟ ଏହି କୁକୁର ପୁଣି ଏହି ଅଂଚଳକୁ ଫେରିଆସୁଛି । ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ଯେଉଁଥିପାଇଁ ବୋଧହୁଏ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି । ଉତରାଖଣ୍ଡ ଚମୋଲୀରେ ଆସିଥିବା ପ୍ରଳୟକୁ ୧୦ଦିନ ବିତିଯାଇଛି । ଏବେବି ଶତାଧିକ ନିଖୋଜ ଅଛନ୍ତି । ତପୋବନ ଟନେଲ ବାହାରେ ଏହି କଳା ରଙ୍ଗର କୁକୁରକୁ ଦେଖିବାକୁ ମିଳୁଛି । ବାରମ୍ବାର ତଡିବା ପରେ ବି ସେ ଏଠାକୁ ଚାଲିଆସୁଛି । ଲାଗୁଛି ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଛନ୍ତି । ଯେଉଁଥିପାଇଁ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି । ଗତ ୧୦ଦିନ ହେଲା ଏହି କୁକୁର ସ୍ଥାନୀୟ ଅଂଚଳରେ ରହୁଥିବା ଯୋଗୁ ଉଦ୍ଧାର କାମରେ ଲାଗିଥିବା ସୁରକ୍ଷା କର୍ମୀଙ୍କ ସହ ବେଶ ଭଲ ଭାବରେ ମିଶିଯାଇଛି । ଏହାକୁ ବ୍ଲାକି ନାଁ ଦେଇଛନ୍ତି ଉଦ୍ଧାର କାମରେ ଲାଗିଥିବା କର୍ମୀ । ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନ ଏହି ଭିଡିଓକୁ ସେୟାର କରିବା ସହ ଏହି କୁକୁର ବ୍ଲାକି ତପୋବନ ଟନେଲ ବାହାରେ ନିଜ ମାଲିକକୁ ଅପେକ୍ଷା କରିରହିଥିବା କଥା ଉଲ୍ଲେଖ କରିଛନ୍ତି । ଫେବ୍ରୁଆରୀ ୭ତାରିଖ ଦିନ ଯେତେବେଳେ ବ୍ଲାକି ଏହି ସୁଡଙ୍ଗ ପାଖକୁ ଆସିଥିଲା, ସେତେବେଳେ କାହାକୁ ଆଖପାଖରେ ପାଇନଥିଲା । ଆଉ ସେବେଠୁ ସେ ଏଠାରେ ଜଗିରହିଛି । ଅଧିକାରୀଙ୍କ କହିବା ଅନୁସାରେ ସବୁବେଳେ ସେ ସକାଳୁ ସନ୍ଧ୍ୟା ଯାଏଁ ସେପରି ସୁଡଙ୍ଗ ବାହାରେ ଜଗିରହିଛୁ । ଯେତେ ତଡିଲେ ମଧ୍ୟ ସେହି ସ୍ଥାନ ଛାଡି ଯାଉନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0