ଭଦ୍ରକ: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ପୋଲିସ। ୧୧ ଟି ଚୋରା ବାଇକ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଭଦ୍ରକ ସହରରେ ବାଇକ ଚୋରି ହେଉଥିବାର ବାରମ୍ବାର ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରୁଥିବା ସମୟରେ ଏହି ଗ୍ୟାଙ୍ଗକୁ ଠାବ କରିବାର ସୁରାଗ ପାଇଥିଲା ପୋଲିସ। ପରେ ଏହି ବାଇକ ଚୋରଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ପୋଲିସ। ଯାହାକି ଏହି ଚୋର ଗ୍ୟାଙ୍ଗକୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଧରିବା ପାଇଁ ସଫଳ ହୋଇଥିଲା ଭଦ୍ରକ ଟାଉନ ପୋଲିସ। ପ୍ରଥମେ ଜଣେ ବାଇକ ଚୋରକୁ ଧରିବା ସହ ଅଧିକ ତଦନ୍ତ ପରେ ଆଉ ଦୁଇ ଜଣ ବାଇକ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଭଦ୍ରକ ସହରାଞ୍ଚଳ ଥାନା ସମେତ ଜିଲ୍ଲାର ଅନ୍ୟ ସବୁ ଥାନା ମାନଙ୍କରେ ଦୁଇ ଚକିଆ ବାଇକ ଚୋରି ହେଉଥିବାର ଅଭିଯୋଗ ହେବା ପରେ, ପୋଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାକୁ ସଫଳ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି। ଏମାନଙ୍କ ନିକଟରୁ ୧୧ ଟି ବାଇକ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0