ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ସେନା ପ୍ରତ୍ୟାହାର ଜାରି ରହିଛି। ଆହୁରି ୭ରୁ ୮ ଦିନ ଧରି ଜାରି ରହିବ ପ୍ରଥମ ପର୍ୟ୍ୟାୟ ପ୍ରତ୍ୟାହାର। ପୈଙ୍ଗୋଙ୍ଗ ହ୍ରଦର ପୂର୍ବ ପଟରୁ ଚୀନ ସେନା ପ୍ରତ୍ୟାହାର ହେଉଥିବା ନେଇ ଭାରତୀୟ ସେନା କିଛି ଫଟୋ ଓ ଭିଡିଓ ଜାରି କରିଛି। ଗତ ବର୍ଷ ଏପ୍ରିଲ ଭଳି ସ୍ଥିତିକୁ ଫେରିବା ପାଇଁ ଚୀନ ସେନା ଫିଙ୍ଗର ପଏଣ୍ଟ ୮କୁ ଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭାରତୀୟ ସେନା ଫିଙ୍ଗର ପଏଣ୍ଟ ୩ ଓ ୪ ମଧ୍ୟରେ ରହିବ। ଗତକାଲି ଚୀନ ସେନା ନିଜର କ୍ୟାମ୍ପକୁ ହଟାଇବା ସହ ଟ୍ରକ୍ରେ ଫେରି ଯାଉଥିବା ଦେଖିବାକୁ ମିଳିଛି। ତିନି ଦିନ ତଳେ ଚୀନ ସେନା ନିଜ ଅସ୍ତ୍ରଶସ୍ତ୍ର ସହ ଟ୍ୟାଙ୍କ ଗୁଡିକ ଫେରି ଯାଉଥିବାର ଭିଡିଓ ଜାରି ହୋଇଥିଲା। ଚୁକ୍ତି ମୁତାବକ ସୀମା ପ୍ରତ୍ୟାହାର ସରିବା ପରେ ଉଭୟ ପଟୁ କେହି ବି ବିବାଦୀୟ ଅଞ୍ଚଳରେ ପେଟ୍ରୋଲିଂ କରିବେ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ ୧୧ରେ ରାଜ୍ୟସଭାରେ କହିଥିଲେ ଯେ ପ୍ୟାଙ୍ଗୋଗରେ ହ୍ରଦ ଅଞ୍ଚଳରେ ଚୀନ ସହିତ ଯବାନ ପଛକୁ ହଟିବା ନେଇ ସହମତି ହୋଇଛି । ସେହି ଅନୁସାରେ ଉଭୟ ପକ୍ଷରୁ ଠୁଳ ଯୁଦ୍ଧ ଟ୍ୟାଙ୍କକୁ ପର୍ୟ୍ୟାୟକ୍ରମେ ହଟାଯାଉଛି । ଚୀନ ସେନା ଫିଙ୍ଗର ୮ରେ ରହିବା ସହ ଭାରତ ସେନା ଫିଙ୍ଗର ୩ରେ ରହିବେ । ଏହାଛଡ଼ା ବୁଝାମଣା ଅନୁସାରେ, ଉଭୟ ପକ୍ଷ ଏପ୍ରିଲ୍ ୨୦୨୦ ପରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ କରିଥିବା ନିର୍ମାଣକୁ ଭାଙ୍ଗିବା ସହ ପୂର୍ବ ସ୍ଥିତିକୁ ଫେରାଇ ଆଣିବେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0