ନୂଆଦିଲ୍ଲୀ: କାମକୁ ଫେରିଲେ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଦୁଇଥର ଡାକ୍ତରଖାନା ଯିବାକୁ ପଡିଥିଲା । ସେଠାରେ ସେ ଦୁଇ ଥର ଆଞ୍ଜିଓପ୍ଲାଷ୍ଟି କରିଥିଲେ । ଏବେ ଦାଦା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ପ୍ରଥମେ ସେ ଗଣମାଧ୍ୟମକୁ ଭେଟିଥିଲେ । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବିସିସିଆଇ ସଭାପତିଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ସେ ଏବେ ସୁସ୍ଥ ଅଛନ୍ତି । ମୁଁ ଫିଟ ଅଛି, ଏବଂ କାମକୁ ଫେରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0