ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପହଞ୍ଚିଲା ଘାତକ ଯୁଦ୍ଧ ବିମାନ ରାଫେଲ । ଆଉ କିଛି ସମୟ ପରେ ହରିଆଣାର ଅମ୍ବାଲାର ଏୟାର ବେସ୍ ରେ ଲ୍ୟାଣ୍ଟି ଂ କରିବାକୁ ଯାଉଛି ୫ଟି ରାଫେଲ ବିମାନ । ଫ୍ରାନ୍ସରୁ ଆସୁଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଛି । ଭାରତୀୟ ବାୟୁ ସେନାରେ ପହଞ୍ଚିବା ପରେ, ବାୟୁସେନା କଣ୍ଟ୍ରୋଲ ରୁମର ରୋଡିଓ ସିଗନାଲ୍ ଏଗୁଡିକୁ ସ୍ୱାଗତ ଜଣାଇଛି । ଆଇଏନଏସ କୋଲକତା କହିଲା ବିମାନ ଗୁଡିକ ହାପି ଲ୍ୟାଣ୍ଟିଂ କରୁଛନ୍ତି । ଆମ୍ବାଲାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜେଟ୍ ଲ୍ୟାଣ୍ଡି ବେଳେ ଏୟାରବେସ୍ରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଏହାକୁ ସ୍ୱାଗତ କରିବେ । ବିମାନ ଗୁଡିକୁ ୱାଟର ସାଲ୍ୟୁଟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସୋମବାର ଫ୍ରାନ୍ସରୁ ଉଡାଣ ଭରି ଗତକାଲି କିଛି ସମୟ ଆବୁଧାବିରେ ରହିବା ପରେ ଭାରତ ଅଭିମୁଖେ ଉଡାଣ ଭରିଥିଲା ରାଫେଲ । ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡାଣ ଭରିଥିଲେ ।୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍ କିଣିବା ପାଇଁ ଚୁକ୍ତି କରିଥିଲେ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏହି ଚୁକ୍ତି କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0