ଶ୍ରୀନଗର : ପୁଣିଥରେ କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ଥାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଣ୍ଡ ଟେକିଛି । ପାକିସ୍ଥାନରେଏକ ନୂଆ ଆତଙ୍କବାଦି ସଂଙ୍ଗଠନ ପିପୁଲ୍ସ ଏଣ୍ଟି ଫାସିଷ୍ଟ ଫଣ୍ଟ (ପଏଏଫଏଫ) ନାମକ ସଂସ୍ଥାକୁ ସୃଷ୍ଟି କରିବାକୁ ଆଇଏସଆଇ ମୁଖ୍ୟ ଭୂମିକା ଗ୍ରହଣ କରିଛି ।ଏହିର ମୂଳ ଉଧ୍ୟେଶ୍ୟ ହେଉଛି କାଶ୍ମୀରେ ଆତଙ୍କବାଦ କାର୍ଯ୍ୟକଳାପ ଅବ୍ୟାହତ ରଖିବା ।
୨୦୧୯ ଅଗଷ୍ଟ ୫ ତାରିଖରେ କିଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦି ଲୋପ ଅଭିଯାନ ଆରମ୍ଭ ହୋଇଥିଲା କିନ୍ତୁ ପାକିସ୍ଥାନ ଓ ଆଇଏସଆଇ ଏହାକୁ ଏକ ଆହ୍ୱାନ ଭାବଥିଲେ । ତେଣୁ କିଶ୍ମୀରରେ ଆତଙ୍କବାଦ ଚଳାଇବା ପାଇଁ ସେ ଏକ ନୂଆ ସଂଙ୍ଗଠନ ଗଢି ତାକୁ ବିଭିନ୍ନ ସହାୟତା କରୁଥିବାର ଜଣାପଡିଛି ।ଏହାର ମୁଖ୍ୟଉଧ୍ୟେଶ୍ୟ ହେଉଛି କାଶ୍ମୀର ସ୍ଥିତିକୁ ଅଶାନ୍ତ ରଖିବା । ଏହି ସଂଙ୍ଗଠନକୁ ଅତ୍ୟାଧୁନିକ ଅସ୍ତ ଶସ୍ତ ଯୋଗାଇ ବାରେ ପାକିସ୍ଥାନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖବର ଭାରତୀୟ ଗୁଇନ୍ଦା ବିଭାଗ ପାଖରେ ପହଁଞ୍ଚିଛି ।
ପାଫ୍ ଏକ ଭିଡିଓ ଜାରି କରିଛି ଯାହାକି ଟିଆରଏଫ ଦ୍ୱାରା ବ୍ୟବହାର କରାଯାଉଥିବା ସୋସିଆଲ ମିଡିଆର ଏକ ଚ୍ୟାନେଲ । ଏଥିରେ କେତେକ ଆତଙ୍କବାଦିଙ୍କୁ ଦେଖିବାକୁ ମିଳିଛି ଯେଉଁଥିରେ କି ଏହି ଆତଙ୍କବାଦି ମାନେ ଅତ୍ୟାଧୁନିକ ଅସ୍ତ ଶସ୍ତରେ ସଜ୍ଜିତ ହୋଇଥିବା ବେଳେ ମୁହଁକୁ ଘୋଡାଇ ରଖିଥିଲେ ।ଏହି ଭିଡିଓରେ ଗତ ୨୨ ଜୁଲାଇରେ କୁଲଗାଁରେ ଜଣେ ପୋଲିସ କର୍ମଚାରି ଅବଦୁଲ ରସିଦ ଦରଙ୍କୁ ହତ୍ୟା କରିଥିବା ପାଫ୍ ଦାବି କରିଛି । ଯଦିଓ ସୁରକ୍ଷା ସଂସ୍ଥାର ଅଧିକାରି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତଥାପି ଏହିକୁ ଅଣଦେଖା କରାଯାଇନପାରେ ବୋଲି ଅନ୍ୟଜଣେ ସମ୍ପୃକ୍ତ ଅଧିକାରି କହିଛନ୍ତି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0