ଟୁଲକିଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ନିକିତା ଜାକୋବଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ଗିରଫଦାରୀ ଉପରେ ଲାଗିଲା ରୋକ। ବମ୍ବେ ହାଇକୋର୍ଟ ନିକିତାଙ୍କୁ ୩ ସପ୍ତାହ ଯାଏଁ ଆନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ‘ଟୁଲ୍କିଟ୍’ ମାମଲାରେ ପୁଲିସ ଦାଏର କରିଥିବା ଏଫ୍ଆଇଆର୍ ବିପକ୍ଷରେ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ଯଦି ଗିରଫ ହୁଅନ୍ତି ୨୫୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରି ନିକିତା ଜାକୋବ୍ ମୁକୁଳି ପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ମାନିଛନ୍ତି ଯେ, ନିକିତାଙ୍କ କୌଣସି ରାଜନୈତିକ, ଧାମିର୍କ ବା ଆର୍ଥିକ ଏଜେଣ୍ଡା ନାହିଁ। ଏଥିସହ ଏହା ବି ମାନିଛନ୍ତି ଯେ, ୧୧ ଫେବ୍ରୁଆରୀ ଦିନ ନିକିତାଙ୍କ ଘରେ ସର୍ଚ୍ଚ କରାଯାଇ ତାଙ୍କ ଜିନିଷ ପତ୍ର ଜବତ କରାଯାଇଥିଲା। ଅପରାଧ ଅନ୍ୟ ରାଜ୍ୟରେ ହୋଇଛି। ଏଥିପାଇଁ ଏହି ମାମଲାଟି ତାଙ୍କ ଅଧିକାର କ୍ଷେତ୍ରରେ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ଗତକାଲି ବମ୍ବେ ହାଇକୋର୍ଟ ୧୦ ଦିନର ଟ୍ରାଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0