ଗିରଫ ହେଲା ଲାଲକିଲ୍ଲା ହିଂସା ଘଟଣାର ଆଉ ଜଣେ ଅଭିଯୁକ୍ତ । ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ମନିନ୍ଦର ସିଂ ଓରଫ ମନୁକୁ ଗିରଫ କରିଛି ।ହିଂସା ସମୟରେ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି । ଏସପି ଉତ୍ତର ସିଂହଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଦିଲ୍ଲୀର ପ୍ରତିମପୁରା ଅଞ୍ଚଳର ଏକ ବସଷ୍ଟାଣ୍ଡରୁ ମନିନ୍ଦରକୁ ଗିରଫ କରିଛି। ତାଙ୍କ ନିକଟରୁ ୪.୩ ଫୁଟ ଲମ୍ବର ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ପୁଲିସ । ମନିନ୍ଦର ଜଣେ ମେକାନିକ ରୂପେ କାମ କରନ୍ତି । ହିଂସା ଦିନ ତାଙ୍କ ଅଞ୍ଚଳର ୬ଜଣ ଲୋକଙ୍କୁ ଟ୍ରାକ୍ଟର ରାଲିରେ ଯୋଗଦେବା ପାଇଁ ପଠାଇଥିବା ମନିନ୍ଦର ସ୍ୱୀକାର କରିଛନ୍ତି। ଏମାନେ ସମସ୍ତ ମୋଟରସାଇକେଲ ଯୋଗ ଟ୍ରାକ୍ଟର ରାଲି ସାମିଲ ହୋଇଥିଲେ। ନିଜ ସାଥୀଙ୍କ ସହ ଟ୍ରାକ୍ଟର ରାଲିରେ ସାମିଲ ହେବା ପରେ ମନିନ୍ଦର ଲାଲକିଲ୍ଲାରେ ପ୍ରବେଶ କରିଥିଲେ । ଏହାପରେ ସେ ଲାଲକିଲ୍ଲାରେ ଖଣ୍ଡା ବୁଲାଇବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ ଏବଂ ଅନ୍ୟ ଆନ୍ଦୋଳନକାରୀଙ୍କୁ ଉସକାଇଥିଲେ। ମନିନ୍ଦର ତା’ନିଜ ଅଞ୍ଚଳରେ କେତେକ ଲୋକଙ୍କୁ ଖଣ୍ଡା ବୁଲାଇବା ଟ୍ରେନିଂ ମଧ୍ୟ ଦେଉଥିଲେ ବୋଲି ପୁଲିସ କହିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0