ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା। ଏଥିନିମନ୍ତେ ମଥୁରା ଜେଳ୍ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ୨୦୦୮ ମସିହାର ଏକ ମାମଲାରେ ଶବନମ ନାମ୍ନୀ ମହିଳାଙ୍କୁ ଫାଶୀ ଦିଆଯିବ। ଅମରୋହ ସହରର ଶବନମ ୨୦୦୮ ମସିହାରେ ନିଜ ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହାପରଠୁ ଜେଲ୍ର ୪ କାନ୍ଥ ଭିତରେ ରହିଥିବା ଶବନମଙ୍କୁ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନିରାଶ ହେବାକୁ ପଡ଼ିଛି। ଶେଷରେ ଶବନମଙ୍କ ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେବା ପରେ ତାଙ୍କୁ ଫାଶୀ ଦେବା ବାଟ ପରିଷ୍କାର ହୋଇଯାଇଛି। ମଥୁରାରେ ପ୍ରାୟ ୧୫୦ ବର୍ଷ ପୂର୍ବେ ମହିଳା ଫାଶୀ ଘର ନିର୍ମିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ। ଏନେଇ ମଥୁରା ଜେଲ୍ ଅଧିକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି, ଏ ପର୍ଯ୍ୟନ୍ତ ଶବନମଙ୍କୁ ଫାଶୀ ଦିଆଯିବା ନିମନ୍ତେ କୌଣସି ତାରିଖ ଘୋଷଣା କରାଯାଇ ନ ଥିବା ବେଳେ କୌଣସି ଆଦେଶ ମଧ୍ୟ ଆସି ନାହିଁ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0