ଗ୍ଲାମର ଗାର୍ଲରୁ ଭୂତୁଣୀ ସାଜିଲେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର । ଜାହ୍ନବି ତାଙ୍କ ଅପକମିଙ୍ଗ ପିଲ୍ମ ‘ରୁହି’ ରେ ଡ଼ାହାଣୀ ହୋଇ ଡ଼ରାଉଥିବାର ନଜର ଆସିଛନ୍ତି । ନିକଟରେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର ମଧ୍ୟ । ଏଥିରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ତାଙ୍କ ଅପୋଜିଟରେ ଅଛନ୍ତି ଭର୍ସଟାଇଲ ଅଭିନେତା ରାଜ କୁମାର ରାଓ ଏବଂ ବରୁଣ ଶର୍ମା। ହାର୍ଦ୍ଦିକ ମହେତାଙ୍କ ନିର୍ଦ୍ଦେଶନାରେ ତିଆରି ଏହା ଏକ ହରର କମେଡି ଫିଲ୍ମ। ଏଥିରେ ପ୍ରଥମ କରି ଜାହ୍ନବୀ ଏବଂ ରାଜକୁମାରଙ୍କୁ ଏକାଠି ପରାଦା ଉପରେ ଦେଖିବାକୁ ମିଳିବ। ପୂର୍ବରୁ ଏହି ଫିଲ୍ମର ନାଁ ‘ରୁହ ଆଫଜା’ ରଖାଯାଇଥିଲା କିନ୍ତୁ ପରେ ଏହାକୁ ବଦଳାଇ ‘ରୁହି’ ରଖାଯାଇଛି। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଫିଲ୍ମଟି ସିନେମା ଘରେ ରିଲିଜ ହେବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0