spot_img

ବିଗବସ୍ ୧୪ ଟ୍ରଫିର ପ୍ରଥମ ଝଲକ ଦେଖାଇଲେ ସଲମାନ ଖାନ , ଏବେ ସୋଶିଆଲ ମିଡ଼ିଆରେ ଏହି ଫଟୋଟି ଖୁବ୍ ହେଉଛି ଭାଇରାଲ

ନୂଆଦିଲ୍ଲୀ : ଟେଲିଭିଜନର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ ‘ବିଗବସ ୧୪’ ଖୁବ୍ ଶୀଘ୍ର ଅନ୍ତିମ ହେବାକୁ ଯାଉଛି । ଆସନ୍ତା ରବିବାରରେ ‘ସୋ’ ର ଚୂଡ଼ାନ୍ତ ପର୍ଯ୍ୟାୟ ଯେତେ ପାଖକୁ ପାଖକୁ ଆସୁଛି ବିଗବସ ଘରେ ମଧ୍ୟ ପ୍ରତିଯୋଗିଙ୍କ ମଧ୍ୟରେ ସେତିକି ଉଷ୍ମତା ଦେଖିବାକୁ ମିଳୁଛି । ସେପଟେ ଦର୍ଶକ ମାନଙ୍କ ମଧ୍ୟରେ ବିଗବସ ବିଜେତାକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ‘ସୋ’ର ହୋଷ୍ଟ ସଲମାନ ଖାନ ଏହି ସିଜିନର ବିଜୟ ସ୍ମାରକର ପ୍ରଥମ ଝଲକ ଦେଖାଇଛନ୍ତି ।

ଦର୍ଶକ ମାନଙ୍କ ମଧ୍ୟରେ ‘ବିଗବସ’ ବିଜେତାକୁ ନେଇ ଯେତିକି ଉତ୍ସାହ ରହିଛି ତାଠାରୁ ଅଧିକ ‘ବିଗବସ’ର ଟ୍ରଫି ପ୍ରତି ମଧ୍ୟ ସେତିକି ରହିଛି ଆକର୍ଷଣ । ପ୍ରତ୍ୟେକ ବର୍ଷ ଭଳି ଏଥର ବି ‘ବିଗବସ’ର ଶେଷ ‘ୱିକେଣ୍ଡ କା ବାର’ରେ ସଲମାନ ଟ୍ରଫି ଉପରେ ପରଦା ଉଠାଇ ଦେଇଛନ୍ତି । ଏବେ ଏହି ଫଟୋଟି ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଟ୍ରଫିଟି ବେଶ୍ ଅକର୍ଷିଣୀୟ ଲାଗୁଛି । ଏହା ‘ସୋ’ ର ଲୋଗ ବିଶିଷ୍ଟ ଗୋଟିଏ ଆଖି ପରି ଦେଖାଯାଉଛି । ଟ୍ରଫିଟି ବଡ଼ ବଡ଼ ଖ୍ରୀଷ୍ଟାଲ ଦ୍ୱାରା ସଜ୍ଜିତ ଆଖିକୁ ଖୁବ୍ ମନୋହର କରୁଛି ।

ସଲମାନ ଖାନ ଯେପରି ଏହି ‘ସୋ’ର ଟ୍ରଫି ଉପରେ ପରଦା ଉଠାଇ ଦେଇଛନ୍ତି , ‘ବିଗବସ’ ଘରେ ଥିବା ସମସ୍ତ ପ୍ରତିଯୋଗୀ ଅଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ସମସ୍ତଙ୍କ ଆଖିରେ ଗୋଟିଏ ସ୍ୱପ୍ନ ଥିଲା କିଭଳି ଏହି ସ୍ମାରକି ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା । ବିଶେଷକରି ରୁବିନା ଦିଲକ, ରାହୁଲ ବୈଦ୍ୟ ଓ ରାକ୍ଷୀ ସାୱନ୍ତ ଟ୍ରଫିକୁ ଦେଖି ସଲମାନ ଖାନଙ୍କ ଆଗରେ ଖୁବ୍ ପ୍ରଶଂସା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular