କଟକ : ରାଜ୍ୟରେ ସବୁଠୁ ବଡ ସାଇବର ଠକେଇ। ସେ ପୁଣି କଟକ ଜିଲ୍ଲାରେ। ଆଉ କେହି ନୁହେଁ ଏବେ ଏହି ଠକେଇର ଶିକାର ହୋଇଛନ୍ତି ଡାକ୍ତର। ମୋବାଇଲ ସିମ ଆକ୍ଟିଭ କରିବା ବାହାନାରେ ଆକାଉଣ୍ଟରୁ ଟାଣି ନେଲେ ପାଖାପାଖି ୭୮ ଲକ୍ଷ ଟଙ୍କା। ଏ ନେଇ ଠକେଇର ଶିକାର ଡାକ୍ତର ସାଇବର ଥାନାରେ ଏତଲା ଦେଇଛନ୍ତି।କଟକର ସିଡିଏ ସେକ୍ଟର-୭ର ଡାକ୍ତର ସନାନ୍ତନ ମହାନ୍ତି ଏହି ଠକେଇର ଶିକାର ହୋଇଛି। ମୋବାଇଲ ସିମ ଆକ୍ଟିଭ କରିବା ବାହାନାରେ ଏହି ଠକେଇ ହୋଇଛି। ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଆକାଉଣ୍ଟରୁ ଲୁଟି ନେଇଛନ୍ତି ଠକ। ଆକାଉଣ୍ଟ ସହ ଆଟାଚ୍ ମୋବାଇଲ ନମ୍ବର ଇନଆକ୍ଟିଭ୍ ହେବ କହିଥିଲେ। ନମ୍ବର ଇନାକ୍ଟିଭ୍ ହେବ କହି ଆକ୍ଟିଭ୍ କରାଇ ଦେବେ ବୋଲି ଦୁର୍ବୃତ୍ତ କହିଥିଲେ। ଡାକ୍ତରଙ୍କ ମୋବାଇଲକୁ ୮ ଡିଜିଟ ନମ୍ବରରୁ ଆସିଥିଲା କଲ୍। ଈଝଘଖ ନମ୍ବର ରିଚାର୍ଜ, ଆକ୍ଟିଭ୍ କରିବାକୁ ଠକ ଏଟିଏମର ସିଭିଭି ମାଗିଥିଲେ। ଠକଙ୍କ କଥାରେ ଓଟିପି ସହ ଅନ୍ୟ ତଥ୍ୟ ଡାକ୍ତର ଦେଇଥିଲେ। ମନରେ ବିଶ୍ଵାସ ଜନ୍ମାଇ ସବୁ ତଥ୍ୟ ମିଳିବା ପରେ ଡାକ୍ତରଙ୍କ ଆକାଉଣ୍ଟରୁ ପର୍ୟ୍ୟାୟକ୍ରମେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ଠକ। ଞରବଜ୍ଞଠସରଙ୍ଗରକ୍ସ ରେ ସର୍ଭର ନିୟନ୍ତ୍ରଣ କରି ହ୍ୟାକିଂ କଲେ। ପ୍ଲେ ଷ୍ଟୋରରୁ ଞରବଜ୍ଞଠସରଙ୍ଗରକ୍ସ ଡାଉନ୍ଲୋଡ୍ କରିବାକୁ କହିଥିଲେ। ମନରେ ବିଶ୍ଵାସ ଜନ୍ନାଇ ଆକାଉଣ୍ଟରୁ ଟାଣି ନେଲେ ୭୮ ଲକ୍ଷ ଟଙ୍କା। ଏମିତିକି ଫିକ୍ସ ଡିପୋଜିଟ ଆକାଉଣ୍ଟରୁ ବି ଟଙ୍କା ନେଇଗଲେ। ଠକେଇ ନେଇ ସାଇବର ଥାନାରେ ଏତଲା ଦେଲେ ସଂପୃକ୍ତ ଡାକ୍ତର।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0