ଅଭିନେତା ରଣବୀର ଶୌରୀଙ୍କୁ କରୋନା । ୪୮ ବର୍ଷୀୟ ଏହି ଅଭିନେତା ଟ୍ଵିଟରରେ ଫ୍ୟାନ୍ଙ୍କୁ ନିଜେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ରଣବୀର ଟ୍ଵିଟ୍ କରି ଲେଖିଛନ୍ତି, ମୁଁ କୋଭିଡ୍ ପଜିଟିଭ୍ ଥିବା ଜଣାଯାଇଛି। ଆଶିଂକ ଲକ୍ଷଣ ପ୍ରକାଶ ପାଇଛି। ଏବେ ମୁଁ କ୍ୱାରେଣ୍ଟାଇନ୍ରେ ଅଛି।ରଣବୀର ଶୌରୀ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। କୌଣସି ନା କୌଣସି ବିବାଦକୁ ନେଇ ସେ ସବୁବେଳେ ମୁହଁ ଖୋଲିଥାନ୍ତି।ରଣବୀର କିଛି ଦିନ ତଳେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲୁଟ୍କେସ୍’ରେ କୁନାଲ ଖେମୁଙ୍କ ସହ ନଜର ଆସିସାରିଛନ୍ତି। ଆଗକୁ ତାଙ୍କୁ ‘ମେଟ୍ରୋ ପାର୍କ ୨’ରେ ମଧ୍ୟ ଦେଖିବାକୁ ମିଳିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0