spot_img

ବିଏମ୍‌ସି ଅଫିସ ଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ବିଏମ୍‌ସି ଘେରିଛନ୍ତି ବସ୍ତିବାସିନ୍ଦା । ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବସ୍ତି ସୁରକ୍ଷା ମଞ୍ଚ । ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଥିବାର ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ ।  ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଥିବା ବସ୍ତିବାସିନ୍ଦା ଆଜି ଆନ୍ଦୋଳନ କରିଛନ୍ତି । ତୁରନ୍ତ ସେମାନଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ସେମାନଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular