ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟର ଏକ ଓକିଲ ଦମ୍ପତିଙ୍କୁ ଗତକାଲି ବିଚ ରାସ୍ତାରେ ଦିନ ଦ୍ୱିପ୍ରହରରେ କାରରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଦମ୍ପତି ହେଲେ ଗଟୁ ବାମନ ରାଓ ଏବଂ ତାଙ୍କ ସ୍ତ୍ରୀ ପିଭି ନାଗମଣି । ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ ଓକିଲ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ପୁଲିସ ଛାନଭିନକୁ ଜୋରଦାର କରିଥିବା ବେଳେ ହତ୍ୟାକାରୀର ଟେର ପାଇପାରିପାରିନି। ଗତକାଲି ତେଲେଙ୍ଗାନା ହାଇକୋର୍ଟରୁ କାମ ସାରି ଉଭୟ ଘରକୁ ଫେରୁଥିଲେ। ମାତ୍ର ଜନଗହଳିପୂର୍ଣ୍ଣ ବିଚ ରାସ୍ତାରେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏପରିକି ଗାଡ଼ି ଅଟକାଇ ଉଭୟଙ୍କୁ ଘୋଷାଡ଼ି ଆଣି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଗୁରୁତର ଦମ୍ପତିଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲ।। ଏହାପରେ ଘଟଣାସ୍ଥଳରୁ ଏକ କାରରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ବେଳର ଚିତ୍ର ରାସ୍ତାରେ ଯାଉଥିବା ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ତେଲେଙ୍ଗାନା ବାର କାଉନସିଲ ପକ୍ଷରୁ ଦାବି କରାଯାଇଛି। ତେଲେଙ୍ଗାନା ଗୃହ ମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି। ହତ୍ୟାକାରୀକୁ ଖୋଜିବାକୁ ତେଲେଙ୍ଗାନା ପୁଲିସ୍ ୬ଟି ଟିମ ଗଠନ କରି ଘଟଣାର ତଦନ୍ତ କରୁଛି । ଏବେ ଯାଏଁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0