ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଜାକିର ହୁସେନଙ୍କ ଉପରେ କିଛି ଅଜଣା ଦୃର୍ବୁତ୍ତ ଗତକାଲି ସଂନ୍ଧ୍ୟାରେ ମୁଶିଦାବାଦର ଏକ ରେଳ ଷ୍ଟେସନ ନିକଟରେ ବୋମାମାଡ କରିଥିଲେ । ଏହି ବୋମାମାଡରେ ଜାକିର ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାର ଯାଂଚ ଏବେ ସିଆଇଡି ହାତକୁ ଯାଇଛି । ଗୁରୁବାର ସାକଳେ ସିଆଇଡିର ଏକ ଟିମ୍ ମୁଶିଦାବଦରେ ପହଂଚିଛନ୍ତି । ଯେଉଁ ସ୍ଥାନରେ ମନ୍ତ୍ରୀଙ୍କ ଉପରେ ବୋମା ମାଡ ହୋଇଥିଲା ସେଠାକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ସିଆଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣା ସ୍ଥଳକୁ କିଭଳି ପେଟ୍ରୋଲ ବୋମା ଆସିଲା ତାହା ଉପରେ ଅଧିକ ଖୋଳତାଡ କରୁଛି । ଗତକାଲି ମୁଶିଦାବାଦରେ ହୋଇଥିବା ଏହି ବୋମାମାଡରେ ମୋଟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ କୋଲକତା ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀ ଜାକିର ହୁସେନଙ୍କୁ କୋଲକତାର ଏସଏସକେଏମ ମେଡିକାଲରେ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ କହିବା ମୁତାବକ ଜାକିରଙ୍କ ପାଦରେ ସବୁଠାରୁ ଅଧିକ ଆଘାତ ଲାଗିଛି । ଆଜି ତାଙ୍କର ଅପରେଶନ କରାଯିବାକୁ ଥିବା ବେଳେ ମେଡିକାଲରେ ଜାକିରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0