spot_img

ନିଲାମ ପୂର୍ବରୁ ଓହରିଲେ ମାର୍କ ଉଡ୍

ଚେନ୍ନାଇ: ନିଲାମ ପୂର୍ବରୁ ଓହରିଲେ ମାର୍କ ଉଡ୍ । ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନ ପାଇଁ ଆଜି ଚେନ୍ନାଇରେ ନିଲାମି ପ୍ରକି୍ରୟା ହେବ । ଏହାର କିଛି ଘଣ୍ଟା ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । ଚେନ୍ନାଇରେ ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜଗୁଡିକୁ ଏନେଇ ଅବଗତ କରାଯାଇଛି । ଆପିଏଲ ୨୦୨୧ ନିଲାମରେ ଉଡଙ୍କ ଦୁଇ କୋଟି ଟଙ୍କା ମୂଲ୍ୟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଶା କରାଯାଉଥିଲା ଯେ ଏଥର ତାଙ୍କୁ ନିଲାମରେ ବିପୁଳ ମୂଲ୍ୟରେ କିଣାଯିବ । କିନ୍ତୁ ଏହାପୂର୍ବରୁ ସେ ନିଲାମରୁ ନିଜକୁ ଦୂରେଇ ରଖିଥିଲେ । ସେପଟେ ଆଜି ହେବ ୨୦୨୧ ଆଇପିଏଲ ଅକ୍ସନ। ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଏହି ଅବସରରେ ୨ କୋଟି ପ୍ରାଇସ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ଚଳିତ ଥର ଖେଳାଳି ନିଲାମି ପାଇଁ ଖେଳାଳିଙ୍କ ସଂଖ୍ୟାରେ ହ୍ରାସ କରିଛି ଆଇପିଏଲ ପରିଚାଳନା ବୋର୍ଡ । ଏଥର ୨୯୨ ଖେଳାଳି ନିଲାମିରେ ଅଂଶଗ୍ରହଣ କରିବେ । ଆଗାମୀ ଆଇପିଏଲରେ ୮ଟି ଟିମ୍ ୬୧ଟି ସ୍ଥାନ ପୂରଣ ପାଇଁ ଏହି ଅକ୍ସନରେ ଭାଗ ନେବେ । କିଙ୍ଗସ ଇଲେଭେନ ପଂଜାବ ସବୁଠାରୁ ଅଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular