spot_img

ମୋହଲିରେ ବାଜିମାରିଲା କଂଗ୍ରେସ

ମୋହଲିରେ ବାଜିମାରିଲା କଂଗ୍ରେସ । ପଞ୍ଜାବର କ୍ଷମତା ସୀନ କଂଗ୍ରେସ ଶେଷରେ ମୋହଲି ମହାନଗର ନିଗମରେ ମଧ୍ୟ ବାଜିମାତ କରିଛି । ଗତକାଲି ଫଳାଫଳ ପ୍ରକାଶ ପାଇଥିବା ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟି ଜିତିଥିଲା। ଆଜି ମୋହଲି ରେଜଲ୍ଟ ମଧ୍ୟ କଂଗ୍ରେସ ସପକ୍ଷରେ ଯାଇଛି। ଏହାର ଅର୍ଥ କଂଗ୍ରେସ ସମସ୍ତ ୮ଟି ଯାକ ମହାନଗର ନିଗମ ନିଜ କବଜାକରୁ ନେଇଛି। ମୋହାଲିରେ ଥିବା ୫୦ଟି ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ୩୫ଟିରେ ଜିତିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭ଟି ୱାର୍ଡର କାଉଣ୍ଟିଂ ଶେଷ ହୋଇଛି। ଏହା ମଧ୍ୟରୁ କଂଗ୍ରେସ ୩୫ଟିରେ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୧୨ଟିରେ ଜିତିଛନ୍ତି। ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁଙ୍କ ଭାଇ ଅମରଜିତ ସିଂହ ସିଦ୍ଧୁ ମୋହାଲି ମହାନଗର ନିଗମର ୧୦ନଂ ୱାର୍ଡରୁ ବିଜୟୀ ହୋଇଛନ୍ତି। କଂଗ୍ରେସ ମୋଗା, ହୋଶିଆରପୁର, କାପୁରଥାଲା, ଅବୋହର, ପଠାନକୋଟ, ବାଟଲା ଓ ବଥିଣ୍ଡାରେ ବି ଗତକାଲି ଜିତିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଥିଣ୍ଡାରେ କଂଗ୍ରେସ ୫୩ ବର୍ଷ ପରେ ଜିତିବାକୁ ସକ୍ଷମ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular