spot_img

ଦିୟାଙ୍କ ବିବାହ କରାଇଲେ ମହିଳା ପଣ୍ଡିତ

ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ମୁମ୍ବାଇରେ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହରେ କେବଳ ପରିବାରର କିଛି ନିକଟତମ ବନ୍ଧୁ ପରିଜନ ସାମିଲ ହୋଇଥିଲେ। ବିବାହରେ ଦିୟା କିଛି ଏମିତି କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀଙ୍କର ଏହି ପଦକ୍ଷେପକୁ ଲୋକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି।ସବୁବେଳେ ନାରୀ ସଶକ୍ତିକରଣ କଥା କହୁଥିବା ଦିୟା ନିଜ ବିବାହରେ ଜଣେ ମହିଳା ପଣ୍ଡିତଙ୍କୁ ଡାକିଥିଲେ। ମହିଳା ପଣ୍ଡିତ ହିଁ ଦିୟାଙ୍କ ବିବାହ କରାଇଥିଲେ। ବିବାହ ବେଳର ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦିୟା ମିର୍ଜା। ଏଥିସହ ସେ ମହିଳା ପଣ୍ଡିତଙ୍କୁ ମଧ୍ୟ ଧନ୍ୟବାନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular