spot_img

ଭାରତ ମାଟି ଛୁଇଁଲା ରାଫେଲ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତ ମାଟିରେ ଅବତରଣ କଲା ରାଫେଲ । ଭାରତୀୟ ବାୟସେନାରେ ସାମିଲ ହେଲା ଘାତକ ଯୁଦ୍ଧ ବିମାନ ରାଫେଲ । ହରିଆଣାର ଅମ୍ବାଲା ଏୟାର ବେସରେ ଆଜି ଦିବା ୩.୧୩ରେ ଲ୍ୟାଣ୍ଡିଂ କରିଛି । ଫ୍ରାନ୍ସରୁ ଆସିଥବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପରେ ଏହାକୁ ଦୁଇଟି ସୁଖୋଇ-୩୦ ଗାଇଡ କରି ଅମ୍ବାଲା ଏୟାରବେସକୁ ଆଣିଥିଲେ । ଭାରତୀୟ ବାୟୁ ସେନାରେ ପହଞ୍ଚିବା ପରେ, ବାୟୁସେନା କଣ୍ଟ୍ରୋଲ ରୁମର ରୋଡିଓ ସିଗନାଲ୍ ଏଗୁଡିକୁ ସ୍ୱାଗତ ଜଣାଇଥିଲା । ଆଇଏନଏସ କୋଲକତା ବିମାନଗୁଡିକର ହାପି ଲ୍ୟାଣ୍ଡିଂ କରୁଥିବାର ସୂଚନା ଦେଇଥିଲେ । ଗତକାଲି ଫ୍ରାନ୍ସରୁ ଉଡାଣ ଭରିଥିବା ୫ଟି ରାଫେଲ ଜେଟ୍ କାଲି ଦୁବାଇରେ ଅବୁଧାବିରେ ପହଞ୍ଚିଥିଲା । ଆମ୍ବାଲାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜେଟ୍ ଲ୍ୟାଣ୍ଡି ବେଳେ ଏୟାରବେସ୍ରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଏହାକୁ ସ୍ୱାଗତ କରିଛନ୍ତି । ପରେ ଓା୍ୱଟର ସାଲ୍ୟୁଟ ଦିଆଯାଇଛି । ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ କରି ୫ଟି ଯାକ ରାଫେଲ ସୁରକ୍ଷିତ ଭାରତ ମାଟିରେ ଲ୍ୟାଣ୍ଡ କରିଥିବା ସୂଚନା ଦେଇଛନ୍ତି । ରାଫେଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ଦେବା ମାତ୍ରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ଯୁଦ୍ଧ କ୍ଷେତ୍ରରେ ବାୟୁସେନାର କ୍ଷମତାକୁ ବୃଦ୍ଧି କରିବ ବୋଲି ରାଜନାଥ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଆସିଥିବା ୫ଟି ରାଫେଲ ବିମାନ ମଧ୍ୟରେ ଦୁଇଟି ଟୁ-ସିଟର ଓ ୩ଟି ସିଙ୍ଗଲ ସିଟର ଜେଟ୍ ରହିଛି ।
ସୋମବାର ଫ୍ରାନ୍ସରୁ ଉଡାଣ ଭରି ଗତକାଲି କିଛି ସମୟ ଆବୁଧାବିରେ ରହିବା ପରେ ଭାରତ ଅଭିମୁଖେ ଉଡାଣ ଭରିଥିଲା ରାଫେଲ । ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡାଣ ଭରିଥିଲେ ।୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍ କିଣିବା ପାଇଁ ଚୁକ୍ତି କରିଥିଲେ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏହି ଚୁକ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular