ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ । କୋରାପୁଟ ଏସପି ବରୁନ ଗୁଣ୍ଠପାଲିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏଡିପିଓଙ୍କ ତତ୍ତ୍ବାବଧାନରେ କାଙ୍ଗ୍ରାପଡା ଗ୍ରାମ ନିକଟରେ ମାଛକୁଣ୍ଡ , ଲମତାପୁଟ ଏବଂ ଜୋଲାପୁଟ ପୋଲିସ ମାଛକୁଣ୍ଡ ଅଞ୍ଚଳରୁ ଆସୁଥିବା ଅଟୋକୁ ଅଟକାଇ ଥିଲେ । ଅଟୋଟି ଅଟକିବା ପରିବର୍ତ୍ତେ ଅନ୍ୟ ରାସ୍ତାକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଟୋ ଡ୍ରାଇଭରକୁ କାବୁ କରିଥିଲା ପୋଲିସ ।
ଅଟୋକୁ ଯାଞ୍ଚ କରିବାରୁ ଅଟୋ ପଛପଟେ ୪ଟି ବସ୍ତାରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଅଟୋ ସହ ଜଣକୁ ଅଟକ ରଖିଛି ପୋଲିସ । ଏହି ଅଟୋରେ ପ୍ରାୟ ୧୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାର ମୂଲ୍ୟ ୧୫ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଥିବା ଡ୍ରାଇଭର ଜଣକ ଲେଞ୍ଜା ଗ୍ରାମର ୧୯ ବର୍ଷ ବୟସର କୃଷ୍ଣ ଖିଲ ବୋଲି ପୋଲିସ ସୂଚନା ଦେଇଛି । ମାଛକୁଣ୍ଡ ପୋଲିସ ୨୦୨୦ ମସିହାରୁ ଆଜି ପର୍ୟ୍ୟନ୍ତ ୩୯ଟି ଗଞ୍ଜେଇ କେସ୍ ପଞ୍ଜିକରଣ କରିଥିବା ବେଳେ ୩୭ ଜଣକୁ କୋର୍ଟ ଚାଲାଣ କରିଛି । ସେହି କେସରେ ୮୫ କ୍ବିଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୨୯ ଗାଡି ସିଜ୍ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0