spot_img

ବନ୍ଧୁକ ମୁନରେ ଲୁଟୁ

କଟକ: ବଡମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ  । ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି  । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି  । ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୦ ବେଳେ ୩ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇବାକୁ କହିଥିଲେ । ପେଟ୍ରୋଲ ପକାଇବା ପରେ ଟଙ୍କା ମାଗିବାରୁ ଟଙ୍କା ଦେବୁନାହିଁ କହିବା ସହ କର୍ମଚାରୀଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇନେଇଥିଲେ  । ଆକ୍ରମଣରେ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଛି  । ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଛି  ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular