ଆନନ୍ଦପୁର : ଓଭରବ୍ରିଜ୍ ଉପରୁ ତଳକୁ ଖସିଲା ଟ୍ରକ୍ । ତଳେ ଠିଆ ହୋଇଥିବା ବସ୍ ଉପରେ ଖସିପଡିଲା । ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ୫୦ ଯାତ୍ରୀ । ଜାତୀୟ ରାଜପଥ ୨୦ ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡ ଶାଳପଡା ଓଭରବ୍ରିଜଠାରେ ଏକ ଲୁହାପଥର ବୋଝେଇ ଟ୍ରକ୍ କୌଣସି କାରଣରୁ ତଳକୁ ଖସିପଡିଥିଲା । ଏହି ସମୟରେ ତଳ ଥିବା ରୋଡରେ କରଞ୍ଜିଆରୁ ଭୁବନେଶ୍ବର ଯାଉଥିବା ‘ପଦ୍ମାବତୀ’ ବସ୍ ଉପରେ ଖସିପିଡିଥିଲା । ଦୁର୍ଘଟଣା ଫଳରେ ବସ୍ ରେ ଥିବା ୫୦ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ବସ୍ ଯାତ୍ରୀଙ୍କ ମଧ୍ୟରୁ କାହାରି କୌଣସି କ୍ଷତି ହୋଇନଥିବାବେଳେ ବସ୍ କଣ୍ଡକ୍ଟର ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ ପହଁଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0