spot_img

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ ଆତଙ୍କ

କଟକ : କଟକ ସହର ଭିତରକୁ ପଶିଲେ ହାତୀ । ସିଡିଏ ସେକ୍ଟର- ୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇଟି ହାତୀ ପଶି ଆସିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପଶି ଆସିଥିଲେ । ସେହି ଦୁଇ ହାତୀ ସିଡିଏ ସେକ୍ଟର-୧୩ ରେଭେନ୍ସା କମ୍ପ୍ୟାସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆତଙ୍କ ଖେଳାଇଛନ୍ତି । ଫଳରେ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିବାବେଳେ ଏବେ ଯାଏଁ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular