ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ଜପତପ, ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଏବେ ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେଉଛି ସେମାନଙ୍କ ମନ୍ତ୍ର ଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳୁଛି ଅଖଣ୍ଡ ଯଜ୍ଞ ଯୂପ। ଦିନବେଳା ମନ୍ତ୍ର ଧ୍ବନି, ସଂଜ ନଇଁଲେ ଜମୁଛି ଭଜନ କୀର୍ତ୍ତନ। ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ଲାଗିଛି ଗହଳଚହଳ। କଟକଣା ସତ୍ତ୍ବେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦାନଧର୍ମ ବି ଚାଲିଛି। ସନ୍ଥମାନଙ୍କ ଆଶୀର୍ବାଦ ଲାଭ କରି ଶ୍ରଦ୍ଧାଳୁମାନେ କୃତାର୍ଥ ହେଉଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0