କୋଲକତା : ବିଜେପିର ଯୁବ ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି । ସେ ତାଙ୍କ କାରରେ କୋକିନ ନେଇ ଯାଉଥିବା ବେଳେ ପାମେଲାଙ୍କ ସମେତ ୨ ଜଣ ସହଯୋଗୀ ଙ୍କୁ କୋଲକତାର ଅଲ୍ଲୀପୁର ଅଞ୍ଚଳରୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚାର ପର୍ୟ୍ୟବେକ୍ଷକ ତଥା ହୁଗୁଳି ଜିଲ୍ଲାର ମହାସଚିବ ପାମେଲା ଗୋସ୍ୱାମୀଙ୍କ ଗାଡିରୁ ବିପୁଳ ପରିମାଣର କୋକିନ ମିଳିଥିଲା । ଅଲ୍ଲୀପୁର ଅଞ୍ଚଳ ଦେଇ ପାମେଲା ଓ ତାଙ୍କର ଦୁଇଜଣ ସହଯୋଗୀ ଏହି କୋକିନ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ପୂର୍ବରୁ ପାମେଲା ଡ୍ରଗ୍ସ କାରବାର କରୁଥିବା ନେଇ ପୋଲିସ ପାଖରେ ଖବର ଥିଲା । ଏନେଇ ପୋଲିସ ପାମେଲାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ଦିନ ପାମେଲା ଓ ତାଙ୍କ ସହଯୋଗୀ ପ୍ରବୀର ଦେଙ୍କ ସହ ଏକ ଗାଡିରେ କୋକିନ ନେଇ ଯାଉଥିବାର ଖବର ପୋଲିସ ପାଖରେ ପହଂଚିଥିଲା । ଏହାପରେ ପୋଲିସ ପାମେଲାଙ୍କ ଗାଡିକୁ ଅନୁଧ୍ୟାନ କରି ତାଙ୍କୁ ନ୍ୟୁ ଅଲ୍ଲୀପୁର ଅଞ୍ଚଳରୁ ଧରିଥିଲେ । ପାମେଲାଙ୍କ ଗାଡିରୁ ଲକ୍ଷ ଲକ୍ଷ ଟଙ୍କାର ଅବୈଦ୍ଧ କୋକିନ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।ସବୁଠାରୁ ବଡ କଥା ହେଉଛି ବିଜେପି ନେତ୍ରୀ ପାମେଲାଙ୍କ ଏହି କୋକିନ କାରବାରରେ ଜଣେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ସାମିଲ ଥିଲେ । ଯେ କି ପାମେଲାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0