spot_img

ରାଜ୍ୟରେ ଲକ୍ ଡାଉନର ଆବଶ୍ୟକତା ନାହିଁ: ଡିଏମଇଟି

ଭୁବନେଶ୍ବରଏବେ ରାଜ୍ୟରେ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ସିବିକେ ମହାନ୍ତି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ଏବେ କମ୍ କେସ୍ ଆସୁଥିବାରୁ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । କେସ୍ ବଢିଲେ ଲକ୍ ଡାଉନ୍ କଥା ବିଚାର କରାଯିବ । ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ ଲକ୍ ଡାଉନ୍ ହୋଇଛି । ସେଠି ବ୍ରିଟେନ, ଆମେରିକା ପରି ସଂକ୍ରମଣ ବଢିନି । ଲୋକେ ସଚେତନ ହେଲେ ଲକ୍ ଡାଉନ୍ ଏଡେଇ ହେବ । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମଣ ଭିନ୍ନ ଭିନ୍ନ । ସରକାର ସମସ୍ତ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

ସେପଟେ ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଓଡିଶା ସରକାର ସତର୍କ ହୋଇ ସାନି ସତର୍କତା ଜାରି କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଥିଲେ ।ସଂକ୍ରମଣ ଯେମିତି ନବଢେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଗହଳିପୂର୍ଣ୍ଣ ସ୍ଥାନ ତଥା ବଜାର ଓ ଧାର୍ମାନୁଷ୍ଠାନ ଉପରେ କଟକଣା ବଢାଇବା ଏବଂ ଗାଇଡ୍ ଲାଇନ୍ ଅନୁଯାୟୀ ଆବଶ୍ୟକ ଟେଷ୍ଟିଂ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟରେ ପୁଣି ଥରେ ଲକ୍ ଡାଉନ୍ ହେବ କି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଡିଏମଇଟି ସିବିକେ ମହାନ୍ତି ଏବେ ଲକ୍ ଡାଉନ୍ ଦରକାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular