ଏକ୍ୟୁଏଡୋର: କ୍ୟାମେରା ସାମ୍ନାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ସହ ଅଭାବନୀୟ ଘଟଣା ଘଟିଛି। ଟିଭିରେ ଲାଇଭ ରିପୋର୍ଟିଂ କରୁଥିବା ବେଳେ ହଠାତ୍ ଜଣେ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଜଣାପଡ଼ିଛି। ଏଭଳି ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯେଉଁଥିରେ ଲୁଟେରା ଜଣଙ୍କ ବନ୍ଧୁକ ଦେଖାଇ ଲୁଟପାଟ୍ କରୁଥିବାର ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଏହି ଭିଡିଓଟି ଦକ୍ଷିଣ ଆମେରିକାର ଏକୁଆଡୋରର ବୋଲି ଜଣାପଡ଼ିଛି। ଚଳିତ ସପ୍ତାହରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଫୁଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ଲୁଟେରା ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ‘ଦ ସନ୍’ର ରିପୋର୍ଟ ଅନୁଯାୟୀ ଏହି ଘଟଣା ରୋମେରୋ କାରବୋ ମୋନୁମେଣ୍ଟାଲ ଷ୍ଟାଡିୟମ ବାହାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସେଠାରେ ଡିଏଗୋ ଓର୍ଡିନୋଲା ନାମକ ବ୍ୟକ୍ତି ରିପୋର୍ଟିଂ କରୁଥିଲେ। ଏହି ସମୟରେ ଲୁଟେରା ଜଣଙ୍କ ଟୋପି ଓ ମାସ୍କ ପିନ୍ଧି ଆସି ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇଥିଲା। ଅପରାହ୍ନ ୧ଟାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ରିପୋର୍ଟର ଜଣଙ୍କ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଲୁଟେରା ଜଣଙ୍କ ରିପୋର୍ଟରଙ୍କ ପାଖରୁ ପଇସା ଲୁଟିବା ପାଇଁ ପ୍ରୟାସ କରୁଥିବା ବେଳେ କ୍ୟାମେରା ମ୍ୟାନଙ୍କ ପାଖରୁ କ୍ୟାମେରା ନେବାକୁ ପ୍ରୟାସ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଅଳ୍ପ କିଛି ଜିନିଷ ଲୁଟ କରି ଲୁଟେରା ଜଣଙ୍କ ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳିଛି।



Visitors Today : 5
Total Visitors : 130783
Total Views : 9900021
Visitors Online Now : 0