spot_img

ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ, ଶିକ୍ଷା ମନ୍ତ୍ରଣାଳୟ ଭାବେ ନୂଆ ପରିଚୟ

ନୂଆଦିଲ୍ଲୀ : ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ କୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ ରଖାଯାଇଛି । କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଜୁରୀ ମିଳିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଥିଲା । ସର୍ବସମ୍ମତି ପରେ, ଆଜି ଏହାର ନାମ ବଦଳାଇ ଦିଆଯାଇଛି । ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ସୁପାରିସ୍ କରିଥିଲା ଯେ ଏହାର ନାମ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଉ । ଆଜି ଏହି ସୁପାରିସ୍ ଉପରେ ମୋହର ବାଜିଛି ।
ମନ୍ତ୍ରଣାଳୟ ସର୍ବଦା ଶିକ୍ଷା ଉପରେ ଅଧିକ ଦୃଷ୍ଟି ଦେଇ କାର୍ଯ୍ୟ କରୁଥିବାରୁ ଏହାର ନାମ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ ରଖିବା ସପକ୍ଷରେ ଅନେକ ମତ ରଖିଥିଲେ । ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଗଠିତ କମିଟି ମଧ୍ୟ ମନ୍ତ୍ରଣାଳୟର ନାମ ବଦଳାଇବାକୁ ସୁପାରିସ କରିଥିôଲେ । ସୂଚନା ଅନୁଯାୟୀ, ବର୍ତ୍ତମାନର ଶିକ୍ଷା ନୀତି ୧୯୮୬ରେ ପ୍ରସ୍ତୁତ କରାଯାଇଥିବା ବେଳେ ୧୯୯୨ରେ ସଂଶୋଧିତ ହୋଇଥିଲା । ନୂତନ ଶିକ୍ଷା ନୀତି ବିଷୟକୁ ୨୦୧୪ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular