spot_img

‘83’ ଫିଲ୍ମ ରିଲିଜକୁ ନେଇ ରଣବୀର ସିଂ କଲେ ଖୁଲାସା , ଜାଣନ୍ତୁ କେଉଁ ଦିନରେ ହେବ ରିଲିଜ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପ୍ରଥମ ବିଶ୍ୱକପ ବିଜୟ ଉପରେ ଆଧାରିତ ‘83’ ଫିଲ୍ମ ରିଲିଜ୍ ହେବାକୁ ନେଇ ବହୁ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା । ସୂଚନା ଅନୁଯାୟୀ, ଏହି ଫିଲ୍ମଟି ଆସନ୍ତା ଜୁନ ୪ ତାରିଖରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରକୁ ନେଇ ରଣବୀର ସିଂ ଏହି ଫିଲ୍ମରେ ନଜର ଆସୁଛନ୍ତି । ବହୁତ ଦିନ ପରେ ଏକ ନୂଆ ରୂପ ଓ ଅଲଗା ଚରିତ୍ରରେ ନିଜ ଦର୍ଶକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତିି ରଣବୀର । ସେହିଭଳି ଏହି ଫିଲ୍ମରେ କପିଲ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ରଣବୀରଙ୍କ ମସ୍ତାନୀ ଦୀପିକା ପାଦୁକୋନ । ଆପଣ ଜାଣିଥିବେ ଯେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ହାତରେ ୧୯୮୩ ମସିହାରେ ଦେଶର ପ୍ରଥମ ବିଶ୍ୱକପ ଅର୍ପଣ କରାଯାଇଥିଲା ।

‘83’ ଫିଲ୍ମର ରିଲିଜ୍ ତାରିଖକୁ ନେଇ ନିଜେ ରଣବୀର ସିଂ ଏକ ଟ୍ୱିଟ୍ ମାଧ୍ୟମରେ ଖୁଲାସା କରିଛନ୍ତି । ଏହି ଟ୍ଵିଟରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି ,‘ ୪ ଜୁନ ୨୦୨୧, ହିନ୍ଦୀ , ତାମିଲ, ତେଲୁଗୁ, କନ୍ନଡ଼, ମଲାୟାଲମ ଆପଣଙ୍କ ସହ ଦେଖାହେଉଛି ମୁଁ ସିନେମା ହଲରେ ।’ ଏବେ ରଣବୀରଙ୍କ ଏହି ଟ୍ୱିଟ୍ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଖବର ଅନୁଯାୟୀ , ରଣବୀରଙ୍କ ଫିଲ୍ମଟି ଗତ ବର୍ଷ ଅପ୍ରେଲ ୨୦୨୦ରେ ରିଲିଜ୍ ହେବାରଥିଲା କିନ୍ତୁ କରୋନା ସଂକ୍ରମଣକୁ ନଜରରେ ରଖି  ଶୁଭ ଉନ୍ମଚନ ତାରିଖକୁ ଘୁଞ୍ଚାଯାଇଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular