spot_img

ପାଟ୍ରୋଲିଂରେ ଯାଇଥିଲେ ଫାଣ୍ଡି ଅଧିକାରୀ, ଘେରିଲେ ଗ୍ରାମବାସୀ

ନବରଙ୍ଗପୁର: ଲୋକଙ୍କ ସୁରକ୍ଷା, ପୋଲିସର ସେବା । କେବଳ ଲୋକଙ୍କ କାହିଁକି ଧନ ଜୀବନର ସୁରକ୍ଷା ଦାୟିତ୍ୱ ମଧ୍ୟ ପୋଲିସ ଉପରେ ନସ୍ତ୍ୟ । କଳି ହେଉକି ଝଗଡ଼ା ଅବ ମାରପିଟ । ଯେକୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସମସ୍ତେ ପୋଲିସକୁ ଖୋଜନ୍ତି । କିନ୍ତୁ ଏଠି ପୋଲିସ ହିଁ ସୃଷ୍ଟି କରିଛି ଅପ୍ରୀତିକର ସ୍ଥିତି । ବିନା କାରଣରେ ଯୁବକଙ୍କ ମାଡ଼ ମାରିଛନ୍ତି ନିଶାର ଚୂର୍ ଫାଣ୍ଡି ଅଧିକାରୀ । ସୋସିଆଲ୍ ମିଡିଆରେ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ନିଶାରେ ଟଳମଳ ହେଉଥିବା ବାବୁଙ୍କ ପାଟିରୁ କଥା ବାହାରୁନି । ଭାଇରାଲ୍ ଭିଡିଓର ଅଭିଯୋଗ ଅନୁସାରେ ନବରଙ୍ଗପୁର ସରୁଗୁଡା ଗାଁ ରାସ୍ତାରେ ବସିଥିବା ଲୋକଙ୍କୁ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ମାଡ଼ ମାରିଛନ୍ତି । ତାହା ପୁଣି କୌଣସି କାରଣ ନଥାଇ । ମଦ୍ୟପାନ କରି ବର୍ଦ୍ଦିରେ ଥିବା ବାବୁ ଏଭଳି ଦବଙ୍ଗଦିରି ଦେଖାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଗାଁ ମଝିରେ ଘେରିଛନ୍ତି । ଗ୍ରାମବାସୀ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁ ଥିବାବେଳେ ନିଶାରେ ଟଳମଳ ହେଉଥିବା ବାବୁ ଥଙ୍ଗମଙ୍ଗ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular