ଦେଶରେ ପୁଣି ବଢ଼ୁଛି ଦୈନିକ ସଂକ୍ରମଣ । ବିଗତ ୨୭ ଦିନ ମଧ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨୩ ପରଠାରୁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପି ନଥିଲା। ଏହା କ୍ରମାଗତ ହ୍ରାସ ପାଉଥିଲା। ହେଲେ ଆଜି ଦୈନି ସଂକ୍ରମଣ ୧୪ ହଜାର ପାର କରିଛି। ମହାରାଷ୍ଟ୍ରରେ ପୂର୍ବଭଳି କରୋନା ଗ୍ରାଫ ଉପର ମୁହାଁ ରହିଥିବା ବେଳେ ମଧ୍ୟପ୍ରଦେଶ ଓ ପଞ୍ଜାବରେ ବି ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବିଗତ ୮୪ ଦିନ ମଧ୍ୟରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୧୧୨ ଛୁଇଁଛି।କେବଳ ମହାରାଷ୍ଟ୍ରରେ ନୁହେଁ ଆଉ ଦୁଇଟି ରାଜ୍ୟରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପଞ୍ଜାବରେ ଗତ ୨୪ ଘଣ୍ଟାରେ ୩୮୫ ଜଣ ଓ ମଧ୍ୟପ୍ରଦେଶରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ୍ୟ ୭୭ ହଜାର ୩୮୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧ କୋଟି ୬ ଲକ୍ଷ୍ୟ ୭୮ ହଜାର ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0