spot_img

ତୈଳଦର ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା

ପେଟ୍ରୋଲ୍ ,ଡିଜେଲ୍‌ର ଦାମ୍‌ ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଗମ୍ଭୀର ମୁଦ୍ଦା । ଯେଉଁଥିରେ ମୂଲ୍ୟରେ ହ୍ରାସ କରିବା ଛଡ଼ା ଆଉ କୌଣସି ଉପାୟ ନାହିଁ ବା କୌଣସି ଉପାୟରେ ବ୍ୟବହାରକାରୀଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ । କେନ୍ଦ୍ର ଏବଂ ରାଜ୍ୟର ଉଭୟ ସରକାର ଉପଭୋକ୍ତାଙ୍କ ପାଇଁ ଉଚିତ୍‌ ସ୍ତରରେ ଖୁଚୁରା ଇନ୍ଧନ ମୂଲ୍ୟରେ ହ୍ରାସ କରିବା ପାଇଁ ଆଲୋଚନା କରିବା ଆବଶ୍ୟକ । ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶର ମିଳିତ ସଂସ୍ଥା ବା  ଓପିଇସି ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ ଲଗାଇଛନ୍ତି ତାହା ପୁନର୍ବାର ହ୍ରାସ ପାଇବାରେ ଲାଗିଛି । ଯାହାକି ପୁଣିଥରେ ଚିନ୍ତାରେ ପକାଇ ପାରେ । ତେଲର ଦାମ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ସେ କହିଛନ୍ତି । ଏହା ଟେକ୍‌ନିକ୍‌ ତରଫରୁ ମୁକ୍ତ କରିଦିଆଯାଇଛି । ତେଲ କମ୍ପାନୀମାନେ କଞ୍ଚା ତେଲ କିଣୁଛନ୍ତି ଏବଂ ଏହାକୁ ରିଫାଇନ୍‌ କରି ବଜାରରେ ବିକ୍ରି କରୁଥିବା ଅର୍ଥମନ୍ତ୍ରୀ କହିଛନ୍ତି ।  

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular