spot_img

ପେଟ୍ରୋଲ, ଡିଜେଲ ପରେ ବଢିଲା ପିଆଜ ଦର

ପେଟ୍ରୋଲ, ଡିଜେଲ ପରେ ବଢିଲା ପିଆଜ ଦର । ଅଦିନିଆ ବର୍ଷା ଯୋଗୁ ପିଆଜ ଦରରେ ଏବେ ବୃଦ୍ଧି ଘଟିଛି । ମହାରାଷ୍ଟ୍ର ନାସିକାରେ ପିଆଜ ଜର କ୍ୱିଣ୍ଟାଲ ପିଛା ୨୫ ଶହରୁ ୨୮ ଶହରେ ବିକ୍ରି ହେଉଥିବା ବେଳେ ଆଜି ଅଚାନକ ଏହି ଦର ୪୫ ଶହ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ନାସିକା ନାସଲ ପିଆଜ ଗୋଦାମରେ ୩୦ ହଜାର କ୍ୱିଣ୍ଟାଲ୍ ପିଆଜ ଆସୁଥିବା ବେଳେ ଆଜି କେବଳ ୧୮ ହଜାର କ୍ୱିଣ୍ଟାଲ ପହଞ୍ଚିଛି । ବର୍ଷା ଯୋଗୁ ପିଆଜ ନଷ୍ଟ ହୋଇଛି । ଏହା ସହ ଆମଦାନୀ ବି କମିଛି । ଫଳରେ କାଟ୍ ଛାଟ୍ କରି ପିଆଜ ବିକ୍ରି କରିବାକୁ ପଡୁଥିବା ଚାଷୀ କହିଛନ୍ତି । ଏହା ସହ ବହୁ ସଂଖ୍ୟା ପିଆଜ ବସ୍ତା ପୂର୍ବରୁ ଜମା ଥିବାରୁ ଏହାକୁ ତୁରନ୍ତ ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular