ଢେଙ୍କାନାଳ: ଅଜଣା ଗାଡି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତାକୁ ଗଁନ୍ଦିଆର ମନ୍ଦାରଠାରେ ଅବରୋଧ କରିଥିଲେ । ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପରଣ ଦାବିରେ ଅଡି ବସିଥିଲେ ଉତ୍ୟକ୍ତ ଲୋକେ । ଫଳରେ ଢେଙ୍କାନାଳ ଓ ଭୁବନ ମଧ୍ୟରେ ଦୀର୍ଘ ୩ଘଣ୍ଟା ଧରି ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ମନ୍ଦାର ବାଉଁଶବେରେଣୀ ଗ୍ରାମର ସନାତନ ଖଟୁଆ । ଏହି ଶ୍ରମିକ ଜଣଙ୍କ କାମରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ଗଁନ୍ଦିଆ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପରେ ରାସ୍ତା ଅବରୋଧରୁ ଉଠିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0